ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ଟିକାର ଉତ୍ପାଦନ ଆରମ୍ଭ ହୋଇଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଏହି ଟିକାର ଉତ୍ପାଦନ ଆରମ୍ଭ କରିଛି । ଆମେରିକାର ବାୟୋଟେକ୍ କମ୍ପାନୀ ‘କୋଡ଼ାଜେନିକ୍ସ’ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାମ ହେଲା ‘ସିଡ଼ିଏକ୍ସ-୦୦୫’ । ପୂର୍ବରୁ ଟିକା ପ୍ରସ୍ତୁତି ନେଇ ସିରମ୍ ଏହି ସଂସ୍ଥା ସହ ଚୁକ୍ତି କରିଥିଲା । ଏହି ଟିକା ଇଂଜେକ୍ସନ ସାହାଯ୍ୟରେ ଦିଆନଯାଇ ନାକରେ ଦିଆଯିବ ବୋଲି ଜଣାପଡ଼ିଛି । ସିରମ୍ ଇନଷ୍ଟିଚ୍ୟୁଟ୍ , ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକା ପ୍ରକଳ୍ପରେ ମଧ୍ୟ ଅଂଶୀଦାର ରହିଛି । ଯଦି ଅକ୍ସଫୋର୍ଡ଼ ଟିକା ପରୀକ୍ଷଣ ସଫଳ ହେଉଛି , ତେବେ ଏହା ଉପଲବ୍ଧ ହେବାରେ କୌଣସି ସମସ୍ୟା ନରହିବା ପାଇଁ ଚେଷ୍ଟା ଚାଲିଛି ବୋଲି ସିରମ୍ ପକ୍ଷରୁ କୁହାଯାଇଛି । ଆଷ୍ଟ୍ରାଜେନେକା ଟିକାର ପ୍ରାୟ ୧୦୦ କୋଟି ମାତ୍ରା ସିରମ୍ ପ୍ରସ୍ତୁତ କରିବ ଓ ଏହାର ୫୦ ଲକ୍ଷ ମାତ୍ରା ଭାରତ ପାଇଁ ରହିବ ବୋଲି କମ୍ପାନୀ କହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0