ଦୁବାଇ: ଚଳିତ ବର୍ଷ ଆଇପିଏଲ ଚତୁର୍ଥ ମ୍ୟାଚରେ ଚେନ୍ନାଇକୁ ହରାଇ ରାଜସ୍ଥାନ ବିଜୟୀ ହୋଇଛି । ଚଳିତ ସଂସ୍କରଣରେ ପ୍ରଥମଥର ପାଇଁ ରାଜସ୍ଥାନ ରୟାଲ୍ସ ୨ ଶହରୁ ଅଧିକ ସ୍କୋର କରିଥିଲା । କ୍ୟାପଟେନ ଷ୍ଟିଭେନ ସ୍ମିଥ ଏବଂ ସଞ୍ଜୁ ସାମସନଙ୍କ ବିସ୍ପରୋକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୭ ୱିକେଟ ହରାଇ ୨୧୬ରନ ସଂଗ୍ରହ କରିପାରିଥିଲା । ଅନ୍ୟପଟେ ସିଏସକେର ବିସ୍ପରୋକ ବ୍ୟାଟସମ୍ୟାନ ଫାଫ ଡୁ ପ୍ଲେସିଙ୍କ ଅଦ୍ଧଶତକ ସର୍ତ୍ତେ ଚେନ୍ନାଇ ୨୦୦ ରନ ସଂଗ୍ରହ କରି ମ୍ୟାଚ ହାରିଥିଲା । ଚେନ୍ନାଇର ବ୍ୟାଟସମ୍ୟାନ ମୁରଲି ବିଜୟ ଓ ସେନ ୱାଟସନଙ୍କ ମିଳିତ ପ୍ରୟାସରେ ପ୍ରଥମ ୱିକେଟରେ ୫୬ରନ ଯୋଡ଼ି ଦୃଢ ମୂଳଦୁଆ ପକାଇବାକୁ ଚେଷ୍ଟା କରିଥିଲେ । ରାଜସ୍ଥାନ ରୟାଲ୍ସର ଶେଷ୍ଠ ଖେଳାଳୀ ଭାବେ ସଞ୍ଜୁ ସାମସନ ୭୪ ରନ ସଂଗ୍ରହ କରି ଟିମ ପାଇଁ ଏକ ବଡ଼ ବିଜୟ ଲକ୍ଷ ହାସଲ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0