ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହେବନି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ହସ୍ପିଟାଲକୁ ନିର୍ଦେଶ ଦେଇଛନ୍ତି । ଦୁଇଟି କାରଣ ସହ ମୃତ ବ୍ୟକ୍ତିଙ୍କର କରୋନା ଟେଷ୍ଟ ନକରିବାକୁ ସରକାର କହିଛନ୍ତି । ପ୍ରଥମଟି ହେଲା – ଶବ ହସ୍ତାନ୍ତରରେ ହେଉଥିବା ବିଳମ୍ବକୁ ରୋକି ହେବ । ଦ୍ୱିତୀୟଟି ହେଲା- ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ ହେବାରୁ ରକ୍ଷା କରାଯାଇପାରିବ ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ହେଉଥିବା କରୋନା ରୋଗୀଙ୍କ ମୃତ୍ୟୁ ବାବଦରେ ସମସ୍ତ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦେଶାଳୟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ରୋଗୀଙ୍କ ବେଡ଼୍ ହେଡ଼୍ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ , କୋଭିଡ଼୍ ପରୀକ୍ଷା ରିପୋର୍ଟ ଏଥିରେ ସାମିଲ ଅଛି । ରାଜ୍ୟ ସ୍ତରୀୟ ଅଡ଼ିଟ୍ ଉଦ୍ଧେଷ୍ୟରେ ଏଭଳି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବା ସୂଚନା ମିଳିଛି । ଆଡମିଶନ୍ ପୂର୍ବରୁ ରୋଗୀଙ୍କର କୌଣସି ରୋଗ ଥିଲେ, ତା’ର ଲକ୍ଷଣ ରେକର୍ଡ କରିବା ସହ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିବରଣୀ ଦାଖଲ କରିବାକୁ ଡାକ୍ତରଖାନାଗୁଡ଼ିକୁ କୁହାଯାଇଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0