spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୭୩୬ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୨୦ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୨ ଜଣ, ବଲାଙ୍ଗୀର ୧୭ ଜଣ, କଟକ ୬୦ ଜଣ, ଢେଙ୍କାନାଳ ୩ ଜଣ, ଗଜପତି ୨୨ ଜଣ, ଗଞ୍ଜାମ ୨୧୮ ଜଣ, ଜଗତସିଂହପୁର ୭ ଜଣ, ଯାଜପୁର ୭ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୭ ଜଣ, କନ୍ଧମାଳ ୨୦ ଜଣ, କେନ୍ଦ୍ରାପଡା ୫ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୧୦ ଜଣ, କୋରାପୁଟ ୭ ଜଣ, ମାଲକାନଗିରି ୧୧ ଜଣ, ମୟୁରଭଞ୍ଜ ୧୭ ଜଣ, ନବରଙ୍ଗପୁର ୩ ଜଣ, ନୟାଗଡ ୧୯ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୪୦ ଜଣ, ରାୟଗଡା ୩୫ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୬ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୯ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ଦେବଗଡ଼ ଜିଲ୍ଳା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular