spot_img

ଆଜି ମୁହାଁ ମୁହିଁ ହେବେ କଲକତା ନାଇଟ ରାଇଡ଼ର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ଆବୁଧାବିରେ ଚଳିତ ବର୍ଷ ଆଇପିଏଲର ପଞ୍ଚମ ମ୍ୟାଚରେ କଲକତା ନାଇଟ ରାଇଡ଼ର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁ ମୁହିଁ ହେବେ । ତେବେ ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଠାରୁ ହାରି ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଯାଉଛି । ଅନ୍ୟପଟେ କଲକତା ନାଇଟ ରାଇଡ଼ର୍ସ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳିବା ପାଇଁ ଯାଉଛି । ପ୍ରଥମ ମ୍ୟାଚରୁ ହିଁ କେକେଆର ତା’ର ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଟିମର ସମର୍ଥକ ଆଶା ରଖଛନ୍ତି । ସେପଟେ ମୁମ୍ବାଇ ତା’ର ପ୍ରଥମ ମ୍ୟାଚର ପରାଜୟ ପରେ ଦ୍ୱିତୀୟ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ ।
ଦିନେଶ କାର୍ତ୍ତୀକଙ୍କ ନେତୃତ୍ୱାଧିନ କେକେଆରରେ ସବୁଠାରୁ ଅଧିକ ଅର୍ଥରେ କିଣାଯାଇଥିବା ଷ୍ଟାର ପ୍ଲେୟାର ପ୍ୟାଟ କମିଶନଙ୍କ ଠାରୁ ଟିମ ମ୍ୟାଚ ବିଜୟୀ ପ୍ରଦର୍ଶନର ଆଶା ରଖିଛି । ସେହିପରି ଦଳରେ ଦ୍ରୁତତମ ବୋଲର ଭାବରେ ଲୋକି ଫର୍ଗୁସନ ଏବଂ ସ୍ପିନର ଭାବରେ ସୁନୀଲ ନାରାୟଣ ଓ କୁଲଦିପ ଯାଦବ ଅଛନ୍ତି । ଅନ୍ୟପଟେ ଦଳର ଓଲରାଉଣ୍ଡର ବ୍ୟାଟସମ୍ୟାନ ଆନେ୍ଦ୍ର ରସେଲ ଯଦି ତାଙ୍କ ବିସ୍ପୋରକ ବ୍ୟାଟିଂ କରନ୍ତି ତାହାହେଲେ ଦଳ ସହଜରେ ବିଜୟ ହାସଲ କରିବ ବୋଲି କେକେଅରେ ସମର୍ଥକ ଆଶା ବାନ୍ଧିଛନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ ହାରିଯାଇଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ସମର୍ଥକ ଆଶା ରଖଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସରେ ଷ୍ଟାର ବ୍ୟାଟସ ମ୍ୟାନ ଭାବେ ପାଣ୍ଡ୍ୟା ବ୍ରଦର୍ସ, କ୍ରିସ ଲେନ ଏବଂ ଡ଼ି କକ ଭଳି ଶ୍ରେଷ୍ଠ ବ୍ୟାଟସମ୍ୟାନ ଦଳରେ ଅଛନ୍ତି । କଲକତା ନାଇଟ ରାଇଡ଼ର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସର ସମର୍ଥକଙ୍କ ମଧ୍ୟରେ ଆଜିର ମ୍ୟାଚ ପାଇଁ ଉକ୍ରଣ୍ଠା ଲାଗିରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular