ରାୟଗଡା: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ବୟାନ୍ ବଦଳାଇ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ କରୁଛି ମୁନିଗୁଡା ପୁଲିସ୍ । ଏପରିକି ପୀଡ଼ିତା ଓ ପରିବାର ଲୋକଙ୍କୁ ପୁଲିସ୍ ବାରମ୍ବାର ଥାନାକୁ ଡକାଇ ସକାଳ ଦିନ ଦିନ ଅଟକ ରାଖୀ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଭିଯୋଗର ଦୁଇ ଦିନ ପରେ ବି ପୁଲିସ୍ ମାମଲା ରୁଜୁ ନ କରିବା ପରେ ରାୟଗଡ଼ା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଓ ପରିବାର ଲୋକ ମୁନିଗୁଡ଼ା ବ୍ଲକର ଜଣେ ୨୦ ବର୍ଷୀୟ ଯୁବତୀ ରୂପାଲୀ (ଛଦ୍ମନାମ) ନିଜ ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇରେ ବେବି କେୟାର ଟେକର ଭାବରେ କାମ କରୁଥିଲେ । ଗତ ୩ ମାସ ହେଲା ରୂପାଲୀ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଘରେ ରହି ଆସୁଥିବା ବେଳେ ସେପ୍ଟେମ୍ବର ୪ ତାରିଖରେ କୁଟ୍ରାଗଡ ଗ୍ରାମର ଖଗେଶ ବାଗ ରୂପାଲୀଙ୍କ ଠିକଣା ଖୋଜି ମୁମ୍ବାଇରେ ପହଞ୍ଚିଥିଲେ ।ରୂପାଲୀ ରହୁଥିବା ଘର ମାଲିକଙ୍କୁ ଖଗେଶ ରୂପାଲୀର ଭାଇ ବୋଲି ପରିଚୟ ଦେବା ପରେ ଖଗେଶ ଓ ରୂପାଲୀ ଉଭୟେ ଏକ ରୁମରେ ରହିଥିଲେ। ୧୦ ଦିନ ଧରି ଉଭୟେ ଏକାଠି ରହିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଖଗେଶ ରୂପାଲୀ ସହ ଶାରୀରିକ ସଂପର୍କ ରଖିଥିଲେ ।ପରିବାର ଲୋକଙ୍କ ସହ ମୁନିଗୁଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗନୁଯାୟୀ ପୁଲିସ୍ ମାମଲା ରୁଜୁ କରିବା ପରିବର୍ତ୍ତେ ମୁନିଗୁଡା ଥାନା ଦୁଷ୍କର୍ମ ଉଦ୍ୟମ ବୟାନକୁ ବଦଳାଇବା ପାଇଁ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ।ଏପରିକି ରୂପାଲୀ ଓ ପରିବାର ଲୋକ ପୁଲିସ କଥାରେ ରାଜି ନ ହେବାରୁ ଦୁଇ ଦିନ ହେଲା ପୋଲିସ୍ ତାଙ୍କୁ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ବସାଇବା ସହ ତଦନ୍ତକାରୀ ଅଧିକାରୀ ଓ ହୋମଗାର୍ଡ ଧମକ ଚମକ ଦେଉଥିବା ରୂପାଲୀ ଅଭିଯୋଗ କରିଛନ୍ତି। ରୂପାଲୀ ନିଜ ପରିବାର ଲୋକଙ୍କ ସହ ଏସପିଙ୍କ ଅଫିସରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0