ବ୍ରହ୍ମଗିରି : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାର ଅନେକ ଜୀବନ ଯାଇଛି। ସେଥିପାଇଁ ସରକାର ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଯାତ୍ରୀବାହୀ ଡଙ୍ଗା ଏସ୍ଓପି ମାନି ଯାତ୍ରୀ ପରିବହନ କରିବେ। ଡଙ୍ଗା ସବୁ ପଞ୍ଜୀକରଣ କରାଯିବ। ଡଙ୍ଗାର ବୀମା କରାଯିବ। ଲାଇଫ ଜ୍ୟାକେଟ୍ ବାଧ୍ୟତାମୂଳକ ଭାବରେ ରହିବ। ଡଙ୍ଗାର କ୍ଷମତା ଅନୁଯାୟୀ ଯାତ୍ରୀ ପରିବହନ ହେବ। ଏମିତି କେତେ କଣ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଚିଲିକାରେ ଏବେ ବିନା ସୁରକ୍ଷାରେ ଯାତ୍ରୀ ପରିବହନ ହେଉଛି । ଚିଲିକାର ଯାତ୍ରୀମାନଙ୍କ ସୁବିଧା ପାଇଁ ସିଡିଏ ପକ୍ଷରୁ ଆଉ ଗୋଟିଏ ଭସାପୋଲ ଚାଲିଛି। ଦୁଇଟି ଭସାପୋଲ ଚିଲିକାରେ ଯାତ୍ରୀ ପରିବହନ କରୁଛି। ଏହା ସହିତ ସ୍ଥାନୀୟ ପ୍ରଶାସନ ଯାତ୍ରୀମାନଙ୍କ ସୁବିଧା ପାଇଁ ଦୁଇଟି ଘାଟ ଡଙ୍ଗା ଦ୍ୱାରା ଯାତ୍ରୀ ପରିବହନ କରୁଛି। ଏହା ବ୍ୟତୀତ ଚିଲିକାରେ ଘରୋଇ ଭାବରେ ଡଙ୍ଗା ଯାତ୍ରୀ ପରିବହନ କରୁଛି। ଘରୋଇ ଭାବରେ ଚିଲିକାରେ ଅନେକ ଯାତ୍ରୀବାହୀ ଡଙ୍ଗା ପ୍ରତି ଦିନ ସାତପଡା ଘାଟରୁ ଜହ୍ନିକୁଦା ପୁଣି ଜହ୍ନିକୁଦାରୁ ସାତପଡା ଘାଟକୁ ଅତ୍ୟନ୍ତ ବିପଦସଙ୍କୁଳ ଭାବରେ ଯାତ୍ରୀ ପରିବହନ କରୁଛି। ଘରୋଇ ଡଙ୍ଗା ଗୁଡିକରେ ନା ଅଛି ଲାଇଫ୍ ଜ୍ୟାକେଟ ନା ଅଛି କୌଣସି ସୁରକ୍ଷା ବ୍ୟବସ୍ଥା। ଯାତ୍ରୀ ପରିବହନ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଚାଲିଛି। ଏମିତିକି ୫୦ରୁ ଅଧିକ ଯାତ୍ରୀଙ୍କ ସହିତ ବାଇକ୍ ନେଇ ଯାତ୍ରୀ ପରିବହନ ଚାଲିଛି।ଏବେ କରୋନା କଟକଣା ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆ ଯାଉଛି। କିନ୍ତୁ ଚିଲିକାରେ ଲଦାଲଦି ଯାତ୍ରୀ ପରିବହନ ଚାଲିଥିବା ଜଣାପଡିଛି। ଅନେକ ଘରୋଇ ଯାତ୍ରୀବାହୀ ଡଙ୍ଗାର ନା ହୋଇଛି ପଞ୍ଜୀକରଣ ନା ଅଛି ବୀମା।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1