ନୂଆଦିଲ୍ଲୀ: ବଲିଉଡ଼୍ ଡ୍ରଗ୍ସ କେସ୍ରେ ଦୀପିକା ପାଦୁକୋନଙ୍କୁ ସେପ୍ଟେମ୍ବର ୨୫ରେ ପଚରାଉଚରା କରିବ ଏନସିବି । ଏପର୍ଯ୍ୟନ୍ତ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସଥିବା ନାମଗୁଡ଼ିକ ମଧ୍ୟରେ ଦୀପିକା ସବୁଠାରୁ ଅଧିକ ଚର୍ଚ୍ଚିତ । ବଲିଉଡର ଏ ଲିଷ୍ଟରେ ଆସୁଥିବା ଏହି ଅଭିନେତ୍ରୀ ଜଣକ ସୁଟିଂ ପାଇଁ ବର୍ତ୍ତମାନ ଗୋଆରେ ଅଛନ୍ତି । ଏନସିବି ସମନ ମିଳିବା ପରେ ଆଜି ଗୋଆରୁ ମୁମ୍ବାଇ ଯିବେ ଦୀପିକା । ଗୋଆ ଏୟରପୋର୍ଟ ସିଆଇଏସଏଫ୍ ମୁତାବିକ ଦୀପିକା ଆଜି ଦ୍ୱିପ୍ରହର ୧୨.୩୦ରେ ଗୋଆ ଯିବେ । ଏୟାରପୋର୍ଟରେ ଭିଆଇପି ମୁଭ୍ମେଣ୍ଟ ପାଇଁ ସିଆଇଏସଏଫ୍କୁ ଆଲର୍ଟ କରାଯାଇଛି । ସୂଚନାଯୋଗ୍ୟ କି କ୍ୱାନ୍ କମ୍ପାନୀ ମ୍ୟାନେଜର କରିଶ୍ମାଙ୍କ ସହ ତାଙ୍କର ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା । ଏହାପରେ ଏନସିବି ଗତକାଲି ତାଙ୍କୁ ସମନ କରିଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0