ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ବିୟୋଗ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ସେପ୍ଟେମ୍ବର୧୪ରେ ଅସୁସ୍ଥତା ଅନୁଭବ କରିବାରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ସେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଲେ ।କପ୍ରିୟ ନେତା ହେବା ସହ ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ । ମତଲୁବଙ୍କ ପରଲୋକ ନେଇ ପୁଅ ମାସୁଦ ଅଲ୍ଲୀ ସୂଚନା ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0