ଅନୁଗୋଳ : କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନରେ ଅନୁଗୋଳ ବଜାରର ୧୦ଟି ଦୋକାନକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଦୋକାନ ଆଗରେ ଲଗାଇଲା କୋଭିଡ ଷ୍ଟିକର। କୋକାନୀଙ୍କର ହେଉଛି କୋଭିଡ ଟେଷ୍ଟ। ବଜାର ସାରା ହେଉଛି ସାନିଟାଇଜ। ଅନୁଗୋଳ ଜିଲ୍ଲାରେ ଏବେ ପ୍ରତିଦିନ ଶତକ ମାରୁଛି କରୋନା । ଅନୁଗୋଳ ସହରରେ କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ କରିଥିବା ଆଉ ୧୦ଟି ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ତା ସହିତ ଦୋକାନ ଆଗରେ ଷ୍ଟିକର ମାରି ଲୋକଙ୍କୁ ସତର୍କ କରିଦେଇଛି। ଅନୁଗୋଳ ବସଷ୍ଟାଣ୍ଡଠାରୁ ବଜାର ଛକ ପର୍ଯ୍ୟନ୍ତ ସାନିଟାଇଜ କରାଯାଉଛି। କେତେକ ଦୋକାନୀଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଇଛି। ଆଗକୁ ଏହାକୁ ଆହୁରି ଜୋରଦାର କରିବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପୁଣିଥରେ ଆରମ୍ଭ ହୋଇଛି। କୋଭିଡ ଗାଇଡ଼, ଲାଇନ ଯେପରି ସୋସିଆଲ ଡିଷ୍ଟାଂସ ମେଣ୍ଟେନ ନ କରିବା, ମାକ୍ସ ନ ପିନ୍ଧିଥିବା ଲୋକଙ୍କ ଠାରୁ ଫାଇନ ସହ କେସ ରୁଜୁ କରୁଛି। ତେଣୁ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ ମାନିବା ପାଇଁ ପୁଣିଥରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0