କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏବେ ସକ୍ରିୟ ହୋଇ ପଡିଛନ୍ତି କାଠ ମାଫିଆ । ସଂରକ୍ଷିତ ଜଙ୍ଗଲ ହେଉ କି ଗ୍ରାମ୍ୟ ଜଙ୍ଗଲ ବେଧଡ଼କ ଭାବରେ କାଟି ଚାଲିଛନ୍ତି ମୂଲ୍ୟବାନ ଗଛ । ସୂଚନା ମୁତାବକ, ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ବିଟ୍ ଅଧିନ ଖଡିକାପଦା ପଞ୍ଚାୟତ ଖଡ଼ିବେଡା ଗ୍ରାମର ଖମାର ହୁଡ଼ିରେ ଚାଲିଛି ବେଧଡ଼କ ଶାଳ ଗଛକଟା । ଏଥି ସହିତ ବହୁ ମୂଲ୍ୟବାନ ଶାଳ ଗଛ କଟା ଯିବା ସହିତ ହୁଡ଼ି ଭିତରେ କରତ ସାହାଯ୍ୟରେ ଚାଲିଛି ପଟା ଚିରା। କଟାଯାଇଥିବା ଗଛର ଆନୁମାନିକ ମୂଲ୍ୟ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ତେବେ କିପରି ଏତେ ମାତ୍ରାରେ ଗଛ କାଟି ଉକ୍ତ ଜାଗାରେ କରତ ସାହାଯ୍ୟରେ ପଟା ଚିରି ଚୋରା ଚାଲାଣ କରୁଛନ୍ତି କାଠ ମାଫିଆ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସହିତ ବନ ବିଭାଗର କର୍ମଚାରୀଙ୍କ କାର୍ୟ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0