ପାରାଦୀପ : ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇର ଚଢ଼ାଉ । ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାରାଦୀପରେ ଥିବା ମିଲିଟାରୀ ଇଞ୍ଜିନିୟର ସର୍ଭିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରାଜୀବ ରଞ୍ଜନ ରେଡ୍ଡୀ ଠିକାଦାର ପବିତ୍ର ମହାରଣା ଆଲୋକ ଲେଙ୍କାଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ପାରାଦୀପରେ ଥିବା ଓଟିଏମ କମ୍ପ୍ଲେକ୍ସରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ପବିତ୍ର ମହାରଣା ସ୍ବିକୄତୀ ପାଇଥିଲେ ତେବେ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ନିଜ ସାଳକ ଆଲୋକ ଲେଙ୍କାଙ୍କୁ ନିୟୋଜିତ କରିଥିଲେ ହେଲେ ଏହି କାମ କରିବା ପାଇଁ ଯନ୍ତ୍ରୀ ଜଣଙ୍କ ବାରମ୍ବାର ଲାଞ୍ଚ ମାଗୁଥିବା ନେଇ ଠିକାଦାର ଜଣଙ୍କ ସିବିଆଇର ଦ୍ବାରସ୍ଥ ହୋଇଥିଲେ । ଯାହାକୁ ନେଇ ସିବିଆଇ ଦ୍ବାରା ଏକ ଯୋଜନା ପ୍ରସ୍ତୁତ କରାଯାଇ ସିବିଆଇ ବିଭାଗର ଡିଏସପି ବୈଦନାଥ ସାମଲଙ୍କ ନେତୄତ୍ବରେ ଏକ ୧୪ ଜଣିଆ ଟିମ୍ ଗଠନ କରାଯାଇ ଠିକାଦାର ଟଙ୍କା ଦେଉଥିବା ସମୟରେ ଯନ୍ତ୍ରୀ ଜଣଙ୍କୁ ସିବିଆଇ ଧରିଥିଲା । ତେବେ ଦୀର୍ଘ ସମୟ ଧରି ସିବିଆଇ ଯନ୍ତ୍ରୀଙ୍କର ବାସଭବନଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ମଧ୍ୟ ଜବତ କରିବା ସହ ରାଜୀବ ରଞ୍ଜନ ରେଡ୍ଡୀକୁ ଗିରଫ କରାଯାଇଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0