spot_img

ସଂସଦରେ ପାସ୍ ହେଲା ଶ୍ରମିକ କଲ୍ୟାଣ ରିଫର୍ମ ବିଲ

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆଣିଥିବା ଶ୍ରମିକ କଲ୍ୟାଣ ରିଫର୍ମ ବିଲ ସଂସଦରେ ପାସ୍ ହୋଇଛି । ୫୦ କୋଟି ସଙ୍ଗଠିତ, ଅଣ ସଙ୍ଗଠିତ, ଆତ୍ମନିଯୁକ୍ତ ସଂସ୍ଥା ଏହା ଦ୍ୱାରା ଉପକୃତ ହେବେ । ଏହି ବିଲରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି । ନୂଆ ଲେବର କୋଡ ଦ୍ୱାରା ନିୟମିତ କର୍ମଚାରୀଙ୍କ ଭଳି ଠିକା କର୍ମଚାରୀ ମଧ୍ୟ ଉପକୃତ ହେବେ ।

 

ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ପରିବର୍ତ୍ତନ କରାଯିବା ସହ ଡିଜିଟାଲ ଓ ଇଲେକଟ୍ରୋନିକ ମିଡିଆର ସାମ୍ବାଦିକଙ୍କୁ ଲେବର କୋଡରେ ସାମିଲ କରାଯାଇଛି । ଉଭୟ ଗଣମାଧ୍ୟମର ସାମ୍ବାଦିକମାନେ ଏଣିକି ‘ୱାର୍କିଂ ଜର୍ଣ୍ଣାଲିଷ୍ଟ’ ଭାବେ ପରିଗଣିତ ହେବେ । ଛାପା ଗଣମାଧ୍ୟମ ପରି ଡିଜିଟାଲ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାର ‘ୱାର୍କିଂ ଜର୍ଣ୍ଣାଲିଷ୍ଟ’ ତାଲିକାଭୁକ୍ତ କାରିବେ । ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular