spot_img

ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ

ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ । ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬ ନଦୀବନ୍ଧ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛିି । ୧୧ଟି ଜିଲ୍ଲାର ୩୫୧ କିଲୋମିଟର ନଦୀବନ୍ଧର ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ଏନେଇ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ । ଘାଇ ମରାମତି, ସ୍ଥାୟୀ ଓ ଅସ୍ଥାୟୀ ମରାମତି ଓ ନଦୀବନ୍ଧ ସୁଦୃଢିକରଣ ପାଇଁ ମୋଟ ୯୩୨ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ଏହି ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular