ଦୁବାଇ: କରୋନା କାଳରେ ଆରମ୍ଭ ହୋଇଥିବା ଆଇପିଏଲ ମ୍ୟାଚର ଷଷ୍ଠ ମ୍ୟାଚ ଆଜି । ରୟାଲ୍ସ ଚାଲେଞ୍ଜର ବାଙ୍ଗେଲର ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଆଜି କଡ଼ା ଟକ୍କର । ତେବେ ଚଳିତ ବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପରାଜିତ ହୋଇଥିଲ। । କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଆଜି ଭେଟିବାକୁ ଯାଉଛି। ପଞ୍ଜାବ ତା’ର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ। ଅନ୍ୟପଟେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆରସିବି ଟିମ ଚଳିତ ବର୍ଷର ବିଜୟ ଅଭିଯାନ ଆରମ୍ଭ କରିଥିଲା । ସେହିପରି ଆର୍ସିବି ଦଳର କେରଳୀ ତାରକା ଦେବଦତ୍ତ ପଡିକଲ ପ୍ରଥମ ମ୍ୟାଚରେ ଅର୍ଧଶତକ ହାସଲ କରିଥିଲେ । ତେଣୁ ଆଜିର ମ୍ୟାଚକୁ ନେଇ କ୍ରିକେଟପ୍ରେମୀ ତାଙ୍କ ପାଖରୁ ଅଧିକ ଆଶା ବାନ୍ଧି ରଖିଛନ୍ତି । ଅନ୍ୟପଟେ ସ୍ପିନର ୟୁଜବେନ୍ଦ୍ର ଚହଲ ପୂର୍ବ ମ୍ୟାଚରେ ଚମକ୍ରାର ବୋଲିଂ କରି ଟିମକୁ ସହଜରେ ବିଜୟୀ କରିପାରିଥିଲେ । ତେବେ ଆଜିର ମ୍ୟାଚରେ ଚର୍ଚ୍ଚାରେ ଥିବା କ୍ରିସ ମୋରିସ ଆହତ ପାଇଁ ଖେଳିବାରୁ ବଞ୍ଚିତ ହେବେ । ସେହିପରି ସନ୍ରାଇଜର୍ସ ବିପକ୍ଷରେ ଅର୍ଧଶତକ କରିଥିବା ଏବି ଡି’ଭିଲିୟର୍ସ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହା ପଞ୍ଜାବ ସମର୍ଥକଙ୍କ ଚିନ୍ତାର କାରଣ ପାଲଟିଛି । ସେପଟେ କେ.ଏଲ ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଇଲେଭ୍ୟାନ ଦଳରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ନିକୋଲାସ୍ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ଭାରତୀୟ ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମୀ ପଞ୍ଜାବ ଟିମର ବୋଲିଂ ନେତୃତ୍ୱ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ସ୍ପିନର ରବି ବିଷ୍ଣୋଇ ଆଜିର ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଆଜିର ମ୍ୟାଚ ପାଇଁ ରୟାଲ୍ସ ଚାଲେଞ୍ଜର ବାଙ୍ଗେଲର ଏବଂ କିଙ୍ଗସ ଇଲେଭେନ ପଞ୍ଜାବର ସମର୍ଥକଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗିରହିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0