spot_img

ୟୋ ୟୋ ଟେଷ୍ଟ କ’ଣ ? ମୋଦୀଙ୍କୁ ଏମିତି ବୁଝାଇଲେ ବିରାଟ

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପିଏମ ମୋଦୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶରେ ଥିବା ଫିଟନେସ୍ ବ୍ୟକ୍ତିତ୍ୱଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ମଧ୍ୟ କଥା ହୋଇଥିଲେ । ମୋଦୀ ତାଙ୍କୁ କହିଥିଲେ କି ଆପଣଙ୍କ ନାମ ପରି କାମ ମଧ୍ୟ ବିରାଟ । ବିରାଟ କହିଥିଲେ କି ଆମେ ଯେଉଁ ପିଢ଼ିରେ ଖେଳିବା ଆରମ୍ଭ କଲୁ , ସେତେବେଳେ ଖେଳର ଆବଶ୍ୟକତା ବଦଳି ଯାଇଥିଲା । ଆମ ସିଷ୍ଟମ ଖେଳ ପାଇଁ ଠିକ୍ ନଥିଲା ଓ ଖେଳ ପାଇଁ ମୋତେ ବହୁତ କିଛି ବଦଳାଇବାକୁ ପଡ଼ିଲା । ଏହା ପରେ ମୋଦୀ ତାଙ୍କୁ ସେ କେବେ ଥକନ୍ତି କି ନାହିଁ ବୋଲି ପଚାରିଥିଲେ । ଏହାର ଉତ୍ତରରେ ବିରାଟ କହିଥିଲେ କି ନିୟମିତ ବ୍ୟାୟାମ ଓ ସଠିକ୍ ଡାଏଟ ନେଲେ ଆପଣ ଫିଟ୍ ରହିପାରିବେ ।
ଏବେ ଟିମରେ ଏକ ୟୋ ୟୋ ଟେଷ୍ଟ ଚାଲିଛି ବୋଲି ଶୁଣିବାକୁ ମିଳୁଛି । କ’ଣ କ୍ୟାପଟେନଙ୍କୁ ମଧ୍ୟ ଏହି ୟୋ ୟୋ ଟେଷ୍ଟ କରାଇବାକୁ ପଡ଼ିଥାଏ? ନା ଆପଣଙ୍କୁ ଛୁଟି ମିଳିଥାଏ । ଏହି ୟୋ ୟୋ ଟେଷ୍ଟ କ’ଣ ବୋଲି ପ୍ରଧାନମନ୍ତ୍ରୀ ବିରାଟଙ୍କୁ ପଚାରିଥିଲେ । ଏଥିରେ କ’ଣ କ’ଣ କରିବାକୁ ପଡ଼ିଥାଏ? ଏହାର ଉତ୍ତରରେ ବିରାଟ କହିଥିଲେ କି ଏହି ଟେଷ୍ଟ ଫିଟନେସ ପାଇଁ ବହୁତ ଜରୁରୀ ଥିଲା । ଯଦି ଗ୍ଲୋବାଲ ଫିଟନେସ ପଏଣ୍ଟରୁ ଆମେ ଦେଖିବା ତେବେ ଅନ୍ୟ ଦେଶର ଖେଳାଳୀଙ୍କଠାରୁ ଆମେ ପଛରେ ଅଛୁ । ତେଣୁ ଆମର ସେହି ଚେଷ୍ଟା ରହିବ କି ଆମେ ସେହି ସ୍ତରକୁ ଯିବୁ । ଟି -୨୦ ମ୍ୟାଚ ଦିନକରେ ଶେଷ ହୋଇଯାଉଛି । କିନ୍ତୁ ଯଦି ଆମେ ଟେଷ୍ଟ ମ୍ୟାଚ କଥା ଦେଖିବା ତେବେ ପ୍ରାୟ ୫ ଦିନ ଖେଳିବାକୁ ପଡ଼ିଥାଏ । ପ୍ରତିଦିନ ଖେଳିସାରିବା ପରଦିନ ଆମକୁ ପୁଣି ଫ୍ରେଶ ହୋଇ ଖେଳିବାକୁ ପଡ଼ିଥାଏ । ତେଣୁ ସେ ଦୃଷ୍ଟିରୁ ଏହି ଫିଟନେସ ଜରୁରୀ ଥିଲା । ତେଣୁ ସେଥିପାଇଁ ମୁଁ ମଧ୍ୟ ଦୌଡ଼ିଥାଏ, ନହେଲେ ମୋତେ ମଧ୍ୟ ଦଳରୁ ବାଦ ଦିଆଯିବ । ଏଥିଯୋଗୁଁ ଟିମର ଫିଟନେସ ସ୍ତର ବଢ଼ିବା ସହ ମନୋବଳ ଦୃଢ଼ ରହିବ ବୋଲି କହିଥିଲେ ବିରାଟ କୋହଲି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular