ଭୁୁବନେଶ୍ୱର-ଶେଷରେ ପୁରୀର ପୁର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପରାରିବାରିକ ରାଜନୀତିରୁ ଆଶ୍ରୟ ନେଇଛନ୍ତି । ଯେଉଁ କଥାକୁ ସେ ଗତ ଦଶନ୍ଧି ଧରି ବିଭିନ୍ନ ମଂଚରେ ଅସ୍ୱୀକାର କରିଆସୁଥି୍ଲେ । କୈାଣସି ପରିସ୍ଥିତିରେ ପରିବାରକୁ ତାଙ୍କ ସକ୍ରିୟ ସମୟରେ କେହି ରାଜନୀତିକୁ ଆସିବେ ନାହିଁ ବୋଲି କହି ବୁଲୁଥିଲେ । ଏବେ ସେ ସେହି କଥାକୁ ନିଜେ ଢୋକିଛନ୍ତି । ଅର୍ଥାତ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ଭାବେ ମହେଶ୍ୱର ମହାନ୍ତିଙ୍କୁ ବଡ ପୁଅ ସୁନୀଲ ମହାନ୍ତି ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ରାଜନୀତି ସହିତ ଆଦୈ ସଂପର୍କ ନଥିବା ସୁନିଲ ଓ ବାପା ମହେଶ୍ୱର ଙ୍କ ପ୍ରଭାବ ବଳରେ ସିଧାସଳଖ ରାଜ୍ୟ ଉପସଭାପତି ପଦକୁ ଉନ୍ନୀତ ହୋଇଛନ୍ତି । ପୁର୍ବରୁ ବିଜେଡିରେ ବହୁ ବରିଷ୍ଠ ନେତା ଚତୁରତାର ସହିତ ପୁଅମାନଙ୍କୁ ରାଜନୀତି ମଇଦାନରେ ଥଇଥାନ କରିବାରେ ସଫଳ ହୋଇଛନ୍ତି । ହେଲେ ଅନେକ ନେତାଙ୍କୁ ପୁଅ ମୋହ ମହଙ୍ଗା ପଡିଛି । ଏପରିକି ପୁଅକୁ ଥଇଥାନ କରିବା ନିଶାରେ ନିଜର ରାଜନୀତିର ସବୁ ସଫଳତାକୁ ପାଣି ଫୋଟକା ଭଳି ମିଶାଇ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0