ଝାରସୁଗୁଡ଼ା- ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ପଜିଟିଭ୍। ସୋସିଆଲ ମିଡିଆରେ ଖୋଦ୍ ରାଧାରାଣୀ ସୂଚନା ଦେଇଛନ୍ତି। କେବଳ ରାଧାରାଣୀ ନୁହଁନ୍ତି, ବର୍ତ୍ତମାନ ପରିସ୍ଥିତିରେ ବହୁ ନେତା, ମନ୍ତ୍ରୀ ଏବଂ କଳାକାର କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ବର୍ତ୍ତମାନ ସାଧାରଣ ଲୋକଙ୍କ ସହ ବିଧାୟକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି। ଏହା ଭିତରେ ରାଧାରାଣୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କ କର୍ମୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0