spot_img

କଟକ ସହରରୁ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ

କଟକ, ୧୦।୦୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଆଉ ୭୫୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ କଟକ ଜିଲ୍ଲାରୁ ୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସିଏମସି ଅଞ୍ଚଳରୁ ୧୬ଜଣ ରହିଛନ୍ତି । ୧୬ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୩ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ପେଡ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏହାସହ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସ୍ଥାନୀୟ ସଂକ୍ରମିତହେଲେ ସିଡିଏ ସେକ୍ଟର ୧୧ର ଜଣେ କରୋନା ଯୋଦ୍ଧା ଓ ମଙ୍ଗଳବାଗର ଜଣେ ୩୦ ବର୍ଷୀୟା ମହିଳା ରହିଛନ୍ତି । ସୂଚନାଯୋଗ୍ୟ, ସିଏମସି ଅଞ୍ଚଳରେ ଏବେସୁଦ୍ଧା ୨୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେବି ୧୯୫ଟି ସକ୍ରିୟ କେସ୍ ରହିଛି । ଏହାସହ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular