ଦୀର୍ଘ ୭ ମାସ ପରେ କରୋନା କଟକଣା ଭିତରେ ଖୋଲିବାକୁ ଯାଉଛି ଭିତରକନିକା ଅଭୟାରଣ୍ୟ । ଆସନ୍ତା ମାସ ପହିଲାରୁ ଭିତରକନିକା ଖୋଲିବାକୁ ଥିବାରୁ ଏନେଇ କିଛି କଟକଣା ମଧ୍ୟ ରହିଛି । କରୋନା କଟକଣା କାରଣରୁ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ପ୍ରବଶେ ଅନୁମତି ମିଳିବନି । କେବଳ ଡାଙ୍ଗମାଳ ଅଞ୍ଚଳରେ ରାତ୍ରୀ ଯାପନ ପାଇଁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ମିଳିବ ଅନୁମତି । ଡାଙ୍ଗମାଳ ଅଞ୍ଚଳରେ ଥିବା ୧୩ଟି କୁଟୀର ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଇକୋ ଟୁରିଜିମ୍ ଓଡିଶା ଡଟ କମ ୱେବସାଇଟ ମାଧ୍ୟମରେ ଅନଲାଇନରେ ପର୍ଯ୍ୟଟକ ରୁମ୍ ବୁକ୍ କରିପାରିବେ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0