spot_img

ରାଜ୍ୟରେ ଦୁଇ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୨ ଶହ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୨ ଶହ ୮ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୪୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୪୬୫ ଜଣ, ପୁରୀରୁ ୧୯୯ ଜଣ, ରାୟଗଡ଼ାରୁ ୬୧ଜଣ, ଭଦ୍ରକରୁ ୪୮ ଜଣ, ମୟୂରଭଞ୍ଜରୁ ୧୫୪ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ବରଗଡ଼ରୁ ୧୧୪ଜଣ, କେନ୍ଦୁଝରରୁ ୮୨ ଜଣ, ଗଞ୍ଜାମରୁ ୬୩ ଜଣ, ନବରଙ୍ଗପୁରରୁ ୧୩୧ ଜଣ, କେରାପୁଟରୁ ୭୨ ଜଣ, ସମ୍ବଲପୁରରୁ ୧୩୧ ଜଣ, ନୟାଗଡ଼ରୁ ୫୨ ଜଣ, ସୁବର୍ଣ୍ଣପୁରରୁ ୨୬ ଜଣ, ଜଗତସିଂହପୁରରୁ ୧୮୧ ଜଣ, ଅନୁଗୁଳରୁ ୧୯୪ ଜଣ, କେନ୍ଦ୍ରାପଡ଼ାରୁ ୧୧୦ ଜଣ, ବୌଦ୍ଧରୁ ୨୯ ଜଣ, ବଲାଙ୍ଗିରରୁ ୭୬ ଜଣ, ନୂଆପଡ଼ାରୁ ୧୭୫ ଜଣ, ଝାରସୁଗୁଡ଼ାରୁ ୮୧ ଜଣ, କଳାହାଣ୍ଡିରୁ ୧୧୬ ଜଣ, କନ୍ଧମାଳରୁ ୧୦୨ ଜଣ, ଦେବଗଡ଼ରୁ ୨୦ ଜଣ, ଯାଜପୁରରୁ ୨୩୭ ଜଣ, ଢ଼େଙ୍କାନାଳରୁ ୬୮ ଜଣ, ଗଜପତିରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୬୧ ଜଣ ଓ ବାଲେଶ୍ୱରରୁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular