spot_img

ଯାଜପୁରରେ କରୋନା ଗାଇଡଲାଇନ ମଧ୍ୟରେ ହେବ ମା’ ଙ୍କ ପୂଜା

ଯାଜପୁର: କରୋନା ମହାମାରୀ କାଳରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କରୋନା ପାଇଁ ମା’ ଙ୍କର ପୂଜା ବନ୍ଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଉତ୍ସବ, ଗହଳି, ବାଜା, ରୋଷଣୀ, ମେଲୋଡି ବା ସଙ୍ଗୀତ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବନାହିଁ । ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସ୍ଥିତକୁ ଅନୁମତି ମିଳିବ ଓ ଲୋକ ଗହଳି ହେବେ ନାହିଁ ବୋଲି ସେ କହିଥିଲେ । ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗଦର୍ଶିକା ରହିଛି, ଯେପରି ସାମାଜିକ ଦୂରତା ରକ୍ଷା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular