ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ରିହାତି । ଶକ୍ତି ମନ୍ତ୍ରାଳୟର ରଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟିର ରିହାତି ମିଳିଛି । ଏନଟିପିସି ୫୬.୮ କୋଟି, ପିଜିସିଆଇଏଲରୁ ୨୪.୩୫ କୋଟିର ରିହାତି ମିଳିଛି । ରିହାତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି । ବିଦ୍ୟୁତ ଉତ୍ପାଦନ ଓ ସରବରାହ କମ୍ପାନୀଗୁଡ଼ିକ ପକ୍ଷରୁ ଦିିଆଯାଇଥିବା ରିହାତି ଦ୍ୱାରା ଅନ୍ତଃରାଜ୍ୟ ବିଦ୍ୟୁତ ସରବରାହ ଚାର୍ଜ ଏବଂ ବିଦ୍ୟୁତ ଚାର୍ଜର ରିହାତି ଉପଭୋକ୍ତାଙ୍କ ପାଖରେ ପହଞ୍ଚିପାାରିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଉପଭୋକ୍ତାମାନେ ଉପକୃତ ହେବେ ବୋଲି ଧର୍ମେନ୍ଦ କହିଛନ୍ତି । ସେପଟେ କେନ୍ଦ୍ରର ୮୪ କୋଟି ରିହାତି ସତ୍ତ୍ୱେ ଶୁଳ୍କ ବଢ଼ିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0