ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲର ପ୍ରତିବାଦରେ ଅଖିଳ ଭାରତୀୟ କିଷାନ ସଂଘ ପକ୍ଷରୁ ଦେଶବ୍ୟାପି ଆନେ୍ଦାଳନ ଜାରି ରହିଛି । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ସିପିଆଇ ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ସିପିଆଇ ନେତା ଉପେନ୍ଦ୍ର ରାଉଳ ସରକାରଙ୍କ ନୂତନ କୃଷକ ବିଲକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛନ୍ତି । ତେବେ ରାଷ୍ଟପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ସିପିଆଇ ପ୍ରଦାନ କରିଥିଲା । ଅନ୍ୟପଟେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ନିକଟରେ ଅଖିଳ ଭାରତୀୟ କିଷାନ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ଏନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମଧ୍ୟ ଦୃଢ ବିରୋଧ କରାଯାଇଛି । ସଂଗଠନର କର୍ମୀମାନେ ବାରବାଟି ଠାରେ ୧୬ ନମ୍ବର ଜାତୀୟ ରାଜପଥକକୁ ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଆନେ୍ଦାଳନକାରୀ ମାନଙ୍କୁ ଗିରଫ କରିଥିଲା । ତେବେ ଏହି ବିଲ ପ୍ରତ୍ୟାହୃତ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ଚେତାବନୀ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0