ନୂଆଦିଲ୍ଲୀ: ଏଥର ଅନଲାଇନରେ ଦାଖଲ ହେବ ପ୍ରାର୍ଥୀପତ୍ର ଓ ସତ୍ୟପାଠ । ନିର୍ବାଚନରେ କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ । ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ଭୋଟ ଦେବେ ଆକ୍ରାନ୍ତ । ଭୋଟ ଗ୍ରହଣ ସମୟ ସୀମାକୁ ୧ ଘଣ୍ଟା ବୃଦ୍ଧି କରାଯାଇଛିି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ । ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ମାତ୍ର ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ଘରକୁ ଘର ବୁଲି ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ରହିିବେ । ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଗ୍ରାଉଣ୍ଡ ଫ୍ଲୋରରେ ବୁଥ୍ କରାଯିବ । ସବୁ ବୁଥରେ ରାମ୍ପ, ଟଏଲେଟ, ବିଶ୍ରାମ ସ୍ଥଳ ନିଶ୍ଚିତ ରହିବ । ଭୋଟ ଦେବା ପୂର୍ବରୁ ବୁଥରେ ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ । ଚଳିତ ନିର୍ବାଚନରେ ବ୍ୟବହୃତ ହେବ ୬ ଲକ୍ଷ ପିପିଇ କିଟ୍ । ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ୟୁନିଟ, ୪୬ ଲକ୍ଷ ମାସ୍କ ବ୍ୟବହୃତ ହେବ । ୬ ଲକ୍ଷ ୭୦ ହଜାର ୟୁନିଟ୍ ଫେସ୍ ସିଲଡ୍ ବ୍ୟବହୃତ ହେବ । ୭ କୋଟି ୨ ଲକ୍ଷ ହ୍ୟାଣ୍ଡ ଗ୍ଲୋବସ୍ ବ୍ୟବହାର କରାଯିବ । ସୋସିଆଲ ମିଡ଼ିଆର ଅପବ୍ୟବହାର କଲେ ଆଇନାନୁଯାୟୀ ଦଣ୍ଡବିଧାନ ହେବ । ଫେକ୍ନ ନ୍ୟୁଜ୍ , ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବନି । ଗୋଟିଏ ବୁଥରେ ଏକ ହଜାର ଭୋଟର ରହିବେ । ଏନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0