ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ.ପି. ବାଲ ସୁବ୍ରମଣ୍ୟମଙ୍କର ଆଜି ପରଲୋକ ହୋଇଛି । ଚେନ୍ନାଇର ଏମଜିଏମ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଏସପି ଚରଣ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କି ଅଗଷ୍ଟ ପ୍ରଥମ ସପ୍ତାହରୁ କରୋନା ଆକ୍ରାନ୍ତ ହୋଇ ସେ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇଥିଲେ । କିନ୍ତୁ ଫୁସଫୁସ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ବାଲ ସୁବ୍ରମଣ୍ୟମ ୧୬ଟି ଭାଷାରେ ପ୍ରାୟ ୪୦,୦୦୦ ଗୀତ ଗାଇଛନ୍ତି । ୧୯୮୯ ମସିହାରେ ‘ମୈନେ ପ୍ୟାର କିୟା’ ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ସଲମାନ ଖାନଙ୍କ ଅନେକ ଫିଲ୍ମରେ ସେ କଣ୍ଠଦାନ କରିଥିଲେ । କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି । ଏହା ସହ ପଦ୍ମଶ୍ରୀ ଓ ପଦ୍ମବିଭୂଷଣ ଉପାଧିରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0