spot_img

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: ୨୯ ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଣିକି ଦିନକୁ ସାଢେ ୪ ଘଣ୍ଟା ବସିବ ଅଧିବେଶନ । ଆସନ୍ତା ୨୯ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ପ୍ରତ୍ୟେକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଗୃହ ପରିଚାଳିତ ହେବ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ । ଅନ୍ୟ ଦିନମାନଙ୍କରେ ଗୃହ କାର୍ଯ୍ୟ ପୂର୍ବାହ୍ନ ୧୦ଟା ୩୦ ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଦିନ ଗୋଟାଏ ଯାଏଁ ଚାଲିବ ଓ ପରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ ଟାରୁ ୫ଟା ଯାଏଁ ପରିଚାଳିତ ହେବ । ତେବେ ଚଳିତ ମୌସୁମୀ ଅଧିବେଶନର ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଗୃହରେ ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା କରାଯିବ । ତଳମହଲାରେ ବାଚସ୍ପତି ଗ୍ୟାଲେରୀ ଏବଂ ଦର୍ଶକ କ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ଅଧିବେଶନ ଆଗରୁ ବିଧାୟକ, ବିଧାନସଭା କର୍ମଚାରୀ, ଷ୍ଟାଫ୍ ଡ୍ରାଇଭର ଓ ପିଏସଓଙ୍କ କୋଭିଡ ପରୀକ୍ଷା କରାଯିବ । ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular