ପାଟଣା : କେନ୍ଦ୍ର ସରକାରଙ୍କ ଦୁଇ କୃଷି ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ବ୍ଲକ୍ ଛକଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍ ବିରୋଧରେ ଆନ୍ଦୋଳନ କରାଯାଇଛି। ପାଟଣା ବଜାର ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଓ ବ୍ଲକ ଛକଠାରେ ଏହି ସଙ୍ଗଠନ ତରଫରୁ ରାସ୍ତା ରୋକ ଓ ପ୍ରତିବାଦ ସଭା କରାଯାଇଛି । ସେହିଭଳି ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା କଲେଜ ଛକଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରି ରାସ୍ତାରୋକ କରାଯାଇଛି । ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ଉମା ଭାରତ, ଜିଲ୍ଲା ସହ ସଂଯୋଜକ ଖଗେଗେଶ୍ବର ମାହାନ୍ତ, ପାଟଣା ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ପାଟଣା ବ୍ଲକ ସହ ସଂଯୋଜକ ଭାବ ଗ୍ରାହୀ ମାହାନ୍ତ, ପ୍ରମୁଖ ସାମିଲ ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0