ଭୁବନେଶ୍ୱର: ରାଜଧାନୀରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ଟପିଲା । ଆଜି ୩୨୬ ପଜିଟିଭଙ୍କ ସହ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଲମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫୬ ଜଣ ଆକ୍ରାନ୍ତ ଅଛନ୍ତି । ସଙ୍ଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ବିଏମସି ପକ୍ଷରୁ ପ୍ରଦତ୍ତ ସୂଚନାନୁସାରେ ସଙ୍ଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୟୁନିଟ୍-୪, ପଟିଆ, ବ୍ରହ୍ମେଶ୍ୱରପାଟଣା , ଜଗନ୍ନାଥ ବିହାରରୁ ୪ ଜଣ ଲେଖାଏଁ ଅଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଥିବା ବେଳେ ନୟାପଲ୍ଲୀରୁ ୧୧ ଜଣ, ୟୁନିଟ-୯ରୁ ୧୦ ଜଣ, ବରମୁଣ୍ଡାରୁ ୮ ଜଣ , ରସୁଲଗଡ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୭ ଜଣ, ପଳାଶୁଣୀ, କଲରାହଙ୍ଗ ଓ ଶୈଳଶ୍ରୀ ବିହାରରୁ ୬ ଜଣ ଲେଖାଏଁ, ଭୀମଟାଙ୍ଗି ଓ ବମିଖାଲରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0