spot_img

ଅଭିନେତ୍ରୀ ରକୁଲ ପ୍ରୀତଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ବାବଦରେ ଆଜି ଏନସିବି ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା କରିଛି ଏନସିବି । ପଚରାଉଚରା ସମୟରେ ରକୁଲ ପ୍ରୀତ, ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ବଡ ବୟାନ ଦେଇଛନ୍ତି । ୨୦୧୮ରେ ସେ ରିୟା ଚକ୍ରବର୍ତ୍ତୀଙ୍କ ସହ ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଥିବା ସ୍ୱୀକାର କରିଛନ୍ତି । ତେବେ ସେ ନିଜେ କେବେ ହେଲେ ଡ୍ରଗ୍ସ ସେବନ କରି ନଥିବା ଅଧିକାରୀଙ୍କୁ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରିୟା ତାଙ୍କ ଘରେ ଡ୍ରଗ୍ସ ରଖିଥିଲେ ।

ଏଥିରେ ତାଙ୍କର କୌଣସି ପ୍ରକାରର ଭୂମିକା ନାହିଁ । କୌଣସି ଡ୍ରଗ୍ସ ପେଡଲରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ରକୁଲ ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି । ଆଜି ଏନସିବି ରକୁଲ ପ୍ରୀତ ଓ କରିଶ୍ମା ପ୍ରକାଶଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରିଥିଲେ ଏନସିବି । ଏପରିକି ଜୟାସାହାଙ୍କ ସହ ସେମାନେ ଡ୍ରଗ୍ସକୁ ନେଇ କରିଥିବା ଚ୍ୟାଟକୁ ମଧ୍ୟ ଦେଖାଇଥିଲା । ଜୟା ସାହା ହିଁ ଡ୍ରଗ୍ସ କାରବାରରେ ରକୁଲ ପ୍ରୀତ ଓ କରିଶ୍ମାଙ୍କ ସଂପୃକ୍ତି ଥିବା ନେଇ ଏନସିବି ଜେରା ବେଳେ କହିଥିଲା । ଏନସିବି ଆଜି ରକୁଲ ପ୍ରୀତଙ୍କୁ ଛାଡି ଦେଇଥିଲେ ହେଁ ତାଙ୍କୁ ପୁଣି ସମନ କରିବ ବୋଲି ସୂଚନା ମିଳିଛି । ସେପଟେ ଡ୍ରଗ୍ସ ଲିଙ୍କ ମାମଲାରେ ଆସନ୍ତାକାଲି ଏନସିବିରେ ଦୀପିକା ପାଦୁକୋନ, ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କୁ ହାଜିର ପାଇଁ ସମନ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular