ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ ରହଣୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଇଦିଆଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଆଜି ପୂର୍ବତଟ ରେଳପଥକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିସହ ସେ କହିଛନ୍ତି ଯେ ଦେଶ ଓ ରାଜ୍ୟରେ ଅନଲକ ପକ୍ରିୟା ଜାରି ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଓଡିଶା ମଧ୍ୟରେ ଏଣିକି ସମସ୍ତ ଷ୍ଟେସନରେ ଟ୍ରେନ ରହଣୀ କରିବା ସହ ସମସ୍ତ ଅଞ୍ଚଳକୁ ଟ୍ରେନ ଚଳାଚଳ କରିପାରିବ । ପର୍ଯ୍ୟାୟକ୍ରମେ ରାଜ୍ୟ ଭିତରେ ଟ୍ରେନ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥକୁ କୁହଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0