ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରର ଜେନେରାଲ ଆସେମ୍ବ୍ଲି ଚାଲିଛି । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସମ୍ବୋଧନ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସମ୍ବୋଧନ କରିବେ । ଆଜି ସନ୍ଧ୍ୟା ପ୍ରାୟ ୬.୩୦ରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୫ ତମ ସଭାକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧିତ କରିବେ । ସମ୍ବୋଧନରେ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି । କରୋନା ଭାଇରସ୍ ଭୂତାଣୁ , ସଂଯୁକ୍ତ ରାଷ୍ଟ୍ରରେ ସୁଧାର ଆଣିବା ଉପରେ ମଧ୍ୟ ସେ ଚର୍ଚ୍ଚା କରିପାରନ୍ତି । ମୋଦୀଙ୍କ ସମ୍ବୋଧନର ଦିନକ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ଉପରେ ଟିପ୍ପଣୀ ଦେଇଥିଲେ । ଭାରତ ପ୍ରତିନିଧି ଇମ୍ରାନ ଖାନ୍ଙ୍କ ସମ୍ବୋଧନ ସମୟରେ ୱାକ ଆଉଟ କରିଥିଲେ । ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ମୋଦୀଙ୍କ ଉପରେ ମଧ୍ୟ ଟିପ୍ପଣୀ କରିଥିଲେ । ତାଙ୍କ ବୟାନ ଉପରେ ‘ରାଇଟ୍ ଟୁ ରିପ୍ଲାଇ’ ର ଉପଯୋଗ କରି ଭାରତ ଜବାବ ଦେବ ବୋଲି ଭାରତର ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0