ଜେନିଭା: ଟିକାର ଫଳପ୍ରଦ ବ୍ୟାପକ ବ୍ୟବହାର ପୂୁର୍ବରୁ ବିଶ୍ୱରେ କରୋନରା ମୃତ୍ୟୁ ସଂଖ୍ୟା ୨ ନିୟୁତ ଟପି ସାରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ଅଧିକାରୀ କହିଛନ୍ତି । ଟିକା ବ୍ୟତୀତ, ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମୃତ୍ୟସଂଖ୍ୟାକୁ ରୋକିବା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି । ଶୁକ୍ରବାର ଦିନ ଜାତିସଂଘ ଏଜେନ୍ସିର ଏକ ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ଅଧିକାରୀ ମାଇକ୍ ରିୟାନ୍ କହିଛନ୍ତି କି ଆମେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ୨ ନିୟୁତ ମୃତ୍ୟୁ କଳ୍ପନା ନହୋଇ ବାସ୍ତବତାରେ ପରିଣତ ହେବାରେ ଡେରି ହେବନି । ଚୀନରୁ ଭାଇରସ୍ ବ୍ୟାପିବା ପରେ ମୃତ୍ୟୁସଂଖ୍ୟା ପ୍ରାୟ ୧ନିୟୁତ ପାଖାପାଖି ହେଲାଣି । କେଉଁଠି ମଧ୍ୟ ଆମେ ସୁରକ୍ଷିତ ନୁହଁନ୍ତି, ଆଫ୍ରିକାରେ ମଧ୍ୟ ନୁହେଁ ବୋଲି ସେ କହିଛନ୍ତି । ବିଶ୍ୱବ୍ୟାପୀ କଟକଣା ଓ ଲକ୍ ଡାଉନ୍ କୋହଳ କରାଯିବା ପରେ ସଂକ୍ରମଣ ବୃଦ୍ଧିପାଇବା ଘଟଣାରେ ଯୁବକମାନଙ୍କୁ ଦାୟୀ କରାଯିବା ଅନୁଚିତ୍ । କିନ୍ତୁ ସେମାନଙ୍କ ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ । ସବୁ ବୟସବର୍ଗର ବ୍ୟକ୍ତି ସମ୍ମିଳିତ ହୋଇ ମହାମାରୀ ବିସ୍ତାର କରୁଛନ୍ତି ବୋଲି ମାଇକ୍ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0