ଭୁବନେଶ୍ୱର : ଆସନ୍ତା ୨୯ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ଆଜିଠାରୁ ବିଧାନସଭା ପରିସରରେ କରୋନା ପରୀକ୍ଷା ଆରମ୍ଭ ହୋଇଛି । ତିନି ଦିନ ଧରି ହେବାକୁ ଥିବା କରୋନା ପରୀକ୍ଷା ପାଇଁ ଵିଏମସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି କରାଯାଇଛି। ଏହି ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଵିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ଦିନ ୪୦୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା ହେବ। ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ, ସେମାନଙ୍କ ପିଏସ୍ଓ ଓ ଡ୍ରାଇଭରଙ୍କ ପରୀକ୍ଷା ହେବ। ରବିବାର ୩୦୦ଜଣଙ୍କର, ସୋମବାର ପ୍ରାୟ ୨୫୦ଜଣ କିମ୍ବା ବଳକା ଲୋକଙ୍କର କରୋନା ପରୀକ୍ଷା ହେବ। ଏଥିପାଇଁ ୭ଟି ଟିମ୍ ଗଠନ ହୋଇଛି। ଏହି ଟିମ୍ ଶନିବାର ଦୁଇ ଓଳି କରୋନା ନମୁନା ସଂଗ୍ରହ କରିବେ, ବାକି ଦୁଇଦିନ ଗୋଟିଏ ଓଳି ନମୁନା ସଂଗ୍ରହ ହେବ। ଏଥିପାଇଁ ୭ଟି ଟିମ୍ ଗଠନ ହୋଇଛି। ସମସ୍ତ ନମୁନା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେବ। ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ଏହାପରେ ୨୯ତାରିଖରୁ ବିଧାନସଭା ବସିବ। ଏହି ସମୟରେ ଯଦି କାହାର ଜରୁରୀ ଆବଶ୍ୟକ ପଡ଼େ ତେବେ ସେମାନେ ପରୀକ୍ଷା କରିପାରିବେ। ଏଥିଲାଗି ବିଧାନସଭା ପରିସରରେ ଗୋଟିଏ ଟେଷ୍ଟିଂ ଟିମ୍ ରହିବ। ଏହି ଟିମ୍ ଆଣ୍ଟିଜେନ୍ ଟେଷ୍ଟ କରି ସଙ୍ଗେସଙ୍ଗେ ରିପୋର୍ଟ ପ୍ରଦାନ କରିବ। ସେହିପରି ବିଧାନସଭା ଚାଲିବାର ୫ଦିନ ପରେ ସମସ୍ତଙ୍କର ଆର୍ଟି-ପିସିଆର୍ ଟେଷ୍ଟ ହେବ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0