କଟକ : ଓଡ଼ିଶାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦୁଇ ବର୍ଷରୁ ଅଧିକ କାର୍ୟ୍ୟ କରିଥିବା ୧୨ ଆଇପିଏସ୍ ଅଧିକାରୀଙ୍କ ସମତେ ୧୭୦୯ ପୁଲିସ ଅଧିକାରୀ, କର୍ମଚାରୀଙ୍କ ନାମ ଚଳିତ ବର୍ଷର ଆନ୍ତ୍ରିକ୍ ସୁରକ୍ଷା ସେବା ପଦକ ପାଇଁ ନାମ ଚୟନ କରାଯାଇଛି। ଏହି ତାଲିକାରେ ରାୟଗଡ଼ା ଜିଲ୍ଲାର ୨୭୫ ଜଣ, କୋରାପୁଟ ଜିଲ୍ଲାର ୨୫୨ ଜଣ, ମାଲକାନଗିରି ଜିଲ୍ଲାର ୨୪୮ ଜଣ, ନବରଙ୍ଗପୁର ଜିଲ୍ଲାର ୧୯୮ ଜଣ, ଗଜପତି ଜିଲ୍ଲାର ୧୭୩ ଜଣ, କଳାହାଣ୍ଡି ଜିଲ୍ଲାର ୧୦୭ ଜଣ, ଅନ୍ୟାନ୍ୟ ଜିଲ୍ଲା/ପ୍ରତିଷ୍ଠାନର ୪୪୪ ଜଣ ପୁଲିସ କର୍ମଚାରୀଙ୍କ ନାଁ ରହିଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ଏକ ସ୍ବତନ୍ତ୍ର ଏସଓପି ଆଧାରରେ ଏହି ପୁଲିସ ଆନ୍ତ୍ରିକ୍ ସୁରକ୍ଷା ସେବାପଦକ ପ୍ରଦାନ କରାଯାଇଥାଏ। ଯେଉଁ ପୁଲିସ କର୍ମୀ ଓ ଅଧିକାରୀମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା କାର୍ୟ୍ୟରେ ଦୁଇ ବର୍ଷରୁ ଅଧିକ ସମୟ କାର୍ୟ୍ୟ ସମ୍ପାଦନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟ ଦ୍ବାରା ଏହି ସମ୍ମାନସୂଚକ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0