spot_img

୨୧ ମାସ ମଧ୍ୟରେ ତିଆରି ହେବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ: ଦେଶରେ ନୂଆ ସଂସଦ ଭବନ ନିର୍ମାଣ ହେବାକୁ ଯାଉଛି । ଏହି ସଂସଦ ଭବନର ୧୧୮ଟି ଫ୍ଲାଟ ରହିବାର ବ୍ୟବସ୍ଥା ରହିଛି । ଆଗାମୀ ୨୧ ମାସ ମଧ୍ୟରେ ଏହି ନୂଆ ସଂସଦ ଭବନ ତିଆରି ହେବାକୁ ଯାଉଛି । ନୂଆ ସଂସଦ ଭବନ ପାଇଁ ରେଳ ଓ ପରିବହନ ଭବନକୁ ଭଙ୍ଗାଯିବ ନାହିଁ । ‘ଆମର ଲକ୍ଷ ସ୍ୱାଧିନତାର ୭୫ ବର୍ଷ ପୂରଣ ହେବା ପରେ ସଂସଦର କାର୍ଯ୍ୟ ନୂଆ ସଂସଦ ଭବନରେ ଚାଲିବ’ ବୋଲି ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି । ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସଂସଦ ଭବନ ୯୯୩୮ ବର୍ଗ ମିଟର ମଧ୍ୟରେ ତିଆରି ହୋଇଛି । ନୂଆ ସଂସଦ ଭବନ ବନାଇବା ପାଇଁ ପରିସର ମଧ୍ୟରେ ୮୮୨୨ ବର୍ଗ ମିଟର ଜାଗା ଉପଲବ୍ଧ ଅଛି । ଏହି ନୂଆ ସଂସଦ ଭବନ ତିଆରି କରିବା ପାଇଁ ବାହାରେ କୌଣସି ଭବନକୁ ଭଙ୍ଗାଯିବାର ପ୍ରସ୍ଥାବ ନାହିଁ । ତେବେ ଏହି ନୂଆ ସଂସଦ ଭବନ ତିଆରି କରିବା ପାଇଁ ଟାଟା କମ୍ପାନୀ ଏହାର ଟେଣ୍ଡର ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular