ସୁନ୍ଦରଗଡ଼ : ପରିବାର ସହ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍ । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ସୂଚନାଯୋଗ୍ୟ,ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ ଜଣେ ଘର ମାଲିକ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଅସମର୍ଥ ହେବା ପରେ ଘର ମାଲିକ ତାଙ୍କ ଘରକୁ ତାଲା ପକାଇ ଦେଇଥିଲେ। ଏନେଇ ଟାଉନ୍ ଥାନାରେ ଭଡ଼ାଟିଆ ଅଭିଯୋଗ କରିବା ପରେ ପୁଲିସ୍ ସମେତ ସହକାରୀ ଜିଲ୍ଲାପାଳ ସାରିକା ଧମେଲ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ଘର ମାଲିକ ଇନ୍ଦ୍ରମଣୀ ଖୁଣ୍ଟିଆ ଓ ତାଙ୍କ ସ୍ତ୍ରୀ, ଝିଅ ସହକାରୀ ଜିଲ୍ଲାପାଳଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଗତକାଲି ଇନ୍ଦ୍ରମଣୀ, ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।