ଓକିଲଙ୍କ ଫିସ ଦେବାକୁ ସବୁ ଅଳଙ୍କାର ବିକିଛି । ଏବେ କେବଳ ଗୋଟିଏ ମାତ୍ର କାର ଚଲାଉଛି ଏଭଳି କିଛି କହିଛନ୍ତି ଋଣ ଉଦ୍ୟୋଗି ଅନିଲ ଅମ୍ବାନୀ .. । ସେ କହିଛନ୍ତି ୨୦୨୦ ଜାନୁୟାରୀ ରୁ ଜୁନ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯.୯ କୋଟି ଟଙ୍କା ପାଇଥିଲେ । ଏବେ ତାଙ୍କ ପାଖରେ କିଛି ବି ନାହିଁ । କେତେଗୁଡିଏ ବିଳାସ ପୁର୍ଣ୍ଣ ଯାନ ଥିବା କଥା ପଚାରିଯିବାରୁ ସେ କହିଥିଲେ ଏ ସବୁ ଗଣ ମାଧ୍ୟମ ର କଳ୍ପନା ପ୍ରସ୍ତୁତ କାହାଣୀ । ମୋର କେବେ ବି ରୋଲସ-ରୟାଲ ନଥିଲା । ଏବେ ମୁଁ ଗୋଟିଏ କାର ଚଲାଉଛି । ଅନୀଲ ଆହୁରି ମଧ୍ୟ କହିଛନ୍ତି ଯେ ମୋର ଅତି ସ୍ୱଳ୍ପ ଖର୍ଚ୍ଚ । ଏବଂ ସେସବୁ ମୋ ପତ୍ନୀ ଓ ପରିବାର ବହନ କରୁଛନ୍ତି । ମୁଁ ବିଳାସମୟ ଜୀବନ ଯାପନ କରୁନାହିଁ । କି ମୋର କୈାଣସି ଆୟ ନାହିଁ ଅଳଙ୍କାର ବିକି ମୁଁ ଓକିଲ ଙ୍କୁ ପଇସା ଦଉଛି । ଯଦି ଆହୁରି ଖର୍ଚ୍ଚ ଆବଶ୍ୟକ ହୁଏ ଅନ୍ୟାନ ସମ୍ଫତ୍ତି ବିକ୍ରୟ ଲାଗି ଅନୁମତି ଲୋଡିବି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0