ଭୁବନେଶ୍ୱର: ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଭଲ ଖବର । କୋଭିଡ-୧୯ ସମୟରେ ଗମନାଗମନ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଅକ୍ଟୋବର ୩ ତାରିଖରେ ପୂର୍ବତଟ ରେଳପଥ ଅଧିନରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକ ବ୍ରହ୍ମପୁର, କେନ୍ଦୁଝର, ଖରିଆର ରୋଡ ଓ କୋରାପୁଟରୁ ଅପରାହ୍ନ ୪ଟାରେ ଛାଡିବ । ସେହିଭଳି କୋରାୁପଟରୁ ସନ୍ଧ୍ୟା ୫ଟାରେ ଏବଂ ଅନ୍ୟ ଷ୍ଟେସନଗୁଡିକରୁ ଦିନ ୧ଟାରେ ଟ୍ରେନ ଗୁଡିକ ଛାଡିବ ।