ମୁମ୍ବାଇ: ବଲିଉଡ଼ ଡ଼୍ରଗ୍ସ ଲିଙ୍କରେ ଅନେକ କଳାକାର ଗିରଫ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ପୁଣି ଡ଼୍ରଗ୍ସ ଲିଙ୍କରେ ଗିରଫ ହେଲେ ଧର୍ମା ପ୍ରଡ଼କ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦ ରବି । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଅଭିଯୋଗ ଅନୁଯାୟୀ, କ୍ଷୀତିଜ ଡ଼୍ରଗ୍ସ ଡ଼ିଲରଙ୍କ ଠାରୁ ଡ଼୍ରଗ୍ସ ଆଣି ଅନ୍ୟମାନଙ୍କୁ ବିକ୍ରି କରୁଥିଲା । ନିକଟ ଅତୀତରେ ଜଣେ ଡ଼୍ରଗ୍ସ ମାଫିଆଙ୍କ ସହ କ୍ଷୀତିଶଙ୍କ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ମୁଖ୍ୟ ପ୍ରମାଣ ଆଧାରରେ କ୍ଷୀତିଶଙ୍କ ଗିରଫ କରିଥିଲା ଏନସିବି । ଗତ କିଛି ଦିନ ହେବ ତାଙ୍କୁ ଏନସିବି ମାରାଥନ ଜେରା ମଧ୍ୟ କରିଥିଲା । କ୍ଷୀତିଶଙ୍କୁ ପଚରା ଉଚରା ପରେ ଅନେକ ଗରୁତ୍ତ୍ୱପୁର୍ଣ୍ଣ ତଥ୍ୟ ଏନସିବି ହାତରେ ଲାଗିଥିଲା । ତାଙ୍କ ଘରେ ହେଉଥିବା ପାର୍ଟିରେ ଡ଼୍ରଗ୍ସ ମାଫିଆ ଯିବାଆସିବା କରୁଥିଲେ । ଉଲ୍ଲେଖଯୋଗ୍ୟ, ବଲିଉଡ଼ ନିର୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ କ୍ଷୀତିଜ । ଏହାର ପ୍ରତ୍ୟୁତ୍ତରରେ କରନ ଜୋହର କହିଛନ୍ତି, କ୍ଷୀତିଜ ଗୋଟିଏ ପ୍ରଜେକ୍ଟ ପାଇଁ ତାଙ୍କ କମ୍ପାନୀ ସହିତ ଜଡ଼ିତ ଥିଲେ କିନ୍ତୁ ତାଙ୍କ ସହଯୋଗୀ ନଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0