spot_img

ଜେପି ନଡ୍ଡାଙ୍କ ଟିମରେ ୪ ଓଡ଼ିଆ

ଭୁବନେଶ୍ୱର: ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ନୂଆ ଟିମ୍ ଗଠନ କରିଛନ୍ତି । ତାଙ୍କ ଟିମରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ ନେତା । ବିଜେପିର ଜାତୀୟ କର୍ମକର୍ତ୍ତା ଟିମରେ ଓଡ଼ିଶାର ନେତାମାନଙ୍କୁ ଗୁରୁତ୍ୱ ମିଳିଥିବା ବେଳେ ବୈଜୟନ୍ତ ପଣ୍ଡା ନିଜର ଉପସଭାପତି ପଦ ବଜାୟ ରଖିଛନ୍ତି । ବୈଜୟନ୍ତଙ୍କ ସହ ଓଡ଼ିଶାର ଆଉ ଚାରି ଜଣ ନେତାଙ୍କୁ ମଧ୍ୟ କର୍ମକର୍ତ୍ତା ଭାବେ ସାମିଲ କରାଯାଇଛି । ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ସମ୍ପାଦକ ହେଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପଦରେ ସମ୍ବିତ ପାତ୍ର ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା । ୨୩ ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଲେ ଅପରାଜିତା ଷଡ଼ଙ୍ଗୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular