ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିନଥାନ୍ତି । କିନ୍ତୁ ଯେତେବେଳେ ବି ସେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥାନ୍ତି ତାହା ଧମାଲ୍ ସୃଷ୍ଟି କରିଥାଏ । ସୂଚନା ଯୋଗ୍ୟ କରିସ୍ମା ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ଜିପ୍ ଉପରେ ଏକ ଚିତା ବାଘ ଚଢିଥିବାର ଦେଖିବାକୁ ମିଳିଛି । ଏହି ସମୟରେ କରିସ୍ମା ସହମ୍ମତି ନଜର ଆସିବା ସହ ତାଙ୍କ ହାତରେ ବନ୍ଧୁକ ଥିବାର ମଧ୍ୟ ନଜର ଆସିଛି ।
ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ସହ କରିସ୍ମା ଲେଖିଛନ୍ତି, ଏଭଳି ଦୃଶ୍ୟ କମ୍ପ୍ୟୁଟରରେ କରାଯାଇନାହିଁ କି କୌଣସି ବିଏଫଏଳ୍ସର ମଧ୍ୟ ବ୍ୟବହାର କରାଯାଇନାହିଁ । ଏହା ବିଲକୁଲ୍ ସତ୍ୟ ମୁଁ ଏବଂ ଏକ ସୁନ୍ଦର ଚିତା ଗୋଟିଏ ଫ୍ରେମରେ ହିଁ ରହିଥିଲୁ । ହଁ ସେହି ସମୟରେ ମୁଁ ଟିକିଏ ଡରି ଯାଇଥିଲି ସତ କିନ୍ତୁ ସହମ୍ମତ ଥିଲି । ଏଥିସହ କରିସ୍ମା ଏହା କେଉଁ ଫିଲ୍ମର ସିନ୍ ଅନୁମାନ କରିବା ପାଇଁ ଦର୍ଶକଙ୍କୁ କହିଛନ୍ତିି ।
View this post on Instagram
Shake it up 👯♀️🎶 #flashbackfriday #guessinggameon🔛 Which song/movie ? 🤔
ସୋସିଆଲ ମିଡିଆରେ କରିସ୍ମାଙ୍କର ଏହି ଫଟୋ ଖୁବ୍ ଭାଇରାଲ ହେଉଛି । ଏଥିସହ ଏହି ଫଟୋକୁ ୧ଲକ୍ଷ ୨୦ହଜାରରୁ ଅଧିକ ଥର ଦେଖାଯିବା ସହ ଫ୍ୟାନ୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0