spot_img

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର

ଘୋଷଣା ହେଲା ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡା ପୁରସ୍କାର ପାଇବେ। ୧୯୫୪ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ। ସେହି ପରି ଗପର ମୁହଁ କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ ପୁରସ୍କାର ପାଇବେ।
ଗୋଧୂଳି ଗୀତ କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡା, ମଞ୍ଚମାୟା ନାଟକ ପାଇଁ ସଞ୍ଜୟ ହାତୀ, ନବୀନ ପରିଡା ପୁରସ୍କାର ପାଇବେ। ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ର, ଜୀବନି ଓ ଭ୍ରମଣ ସାହିତ୍ୟ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ପାଇଁ ପୁରସ୍କାର ପାଇବେ ବିଜୟ ମହାନ୍ତି। ଶିଶୁ ସାହିତ୍ୟ ଗଛଟିଏ ଗୀତଟିଏ ପାଇଁ ରବିନ୍ଦ୍ର ବିଶ୍ଵାଳ, ଗୀତକବିତା ପ୍ରତି ପଲକରେ ତୁମେ ପାଇଁ ମନୋଜ ମହାନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ।

୨୦୧୬ ପାଇଁ ଉପନ୍ୟାସରେ ଲକ୍ଷ୍ମୀପ୍ରିୟା ଆଚାର୍ୟ୍ୟ, କ୍ଷୁଦ୍ରଗଳ୍ପରେ ଦେବଦାସ ଛୋଟରାୟ, କବିତାରେ ଭଗବାନ ଜୟସିଂହ, ନାଟକରେ ଫକୀର ସିଂହ, ପ୍ରବନ୍ଧ ପାଇଁ ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ ସାହିତ୍ୟରେ ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଅନୁବାଦରେ ଶାରଦା ରଥ, ଶିଶୁ ସାହିତ୍ୟରେ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ବର୍ଗରେ ମିଶ୍ର ସତ୍ୟନାରାୟଣ ପୁରସ୍କାର ପାଇବେ।
ସାହିତ୍ୟ ଏକାଡେମୀ ଆଓ୍ଵାର୍ଡ ମୋଟ୍ ୬୦ଟି ବିଭାଗ ପାଇଁ ପୁରସ୍କୃତ କରାଯାଏ। ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଆଓ୍ଵାର୍ଡ ପ୍ରଦାନ କରାଯାଏ। ଏଥିରେ ସମ୍ମାନିତ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଏ। ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular