spot_img

ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା , ୮୧୮ ଆକ୍ରାନ୍ତ ସହ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୯ ଶହ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯ହଜାର ୩୭୪ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୯ ଶହ ୨୨ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୬୧୩ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ,କଟକ ଜିଲ୍ଲାରୁ ୩୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୪୮ ଗଂଜାମ ଜିଲ୍ଲାରୁ ୩୯ ,ବଲାଙ୍ଗୀର ଜିଲ୍ଲାରୁ ୮୫, ବାଲେଶ୍ୱର ଜିଲ୍ଲାରୁ ୭୨ ,କୋରାପୁଟ ଜିଲ୍ଲାରୁ ୬୯ ଭଦ୍ରକ ୫୧, ରାୟଗଡା ଜିଲ୍ଲାରୁ ୪୮, ପୁରୀ ଜିଲ୍ଲାରୁ ୧୮୪, ସୁନ୍ଦରଗଡ ଜିଲ୍ଲାରୁ ୧୦୩, ଜଗତସିଂହପୁର ଜିଲ୍ଲାରୁ ୧୨୩ ସମ୍ବଳପୁର ଜିଲ୍ଲାରୁ ୧୧୭, କଳାହାଣ୍ତି ଜିଲ୍ଲାରୁ ୭୩, ଯାଜପୁର ଜିଲ୍ଲାରୁ ୧୦୩ କନ୍ଧମାଳ ଜିଲ୍ଲାରୁ ୬୨ କେନ୍ଦ୍ରାପଡା ଜିଲ୍ଲାରୁ ୧୦୭,ମାଲକାନଗିରି ଜିଲ୍ଲାରୁ ୬୯ ଗଜପତି ଜିଲ୍ଲାରୁ ୨୨, ମୟୁରଭଂଜ ଜିଲ୍ଲାରୁ ୪୦ ଝାରସୁଗୁଡା ଜିଲ୍ଲାରୁ ୧୦୯, ଢେଙ୍କାନାଳ ଜିଲ୍ଲାରୁ ୭୬ ନବରଙ୍ଗପୁର ଜିଲ୍ଲାରୁ ୪୦, କେନ୍ଦୁଝର ଜିଲ୍ଲାରୁ ୨୧୨.ସୁବର୍ଣ୍ଣପୁର ଜିଲ୍ଲାରୁ ୨୫, ଅନୁଗୁଳ ଜିଲ୍ଲାରୁ ୨୦୦, ବରଗଡ ଜିଲ୍ଲାରୁ ୧୫୪ ,ନୁଆପଡା ୧୧୪, ଦେବଗଡ ୮ ଓ ବୈ÷ାଦ୍ଧ ଜିଲ୍ଲାରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୮ ଜଣ ଓ ବାଲେଶ୍ୱରରୁ ୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular