ମୁମ୍ବାଇ: ସାରା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କରୋନା ସଂକ୍ରମଣରେ ଦେଶରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ତେଣୁ ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ବିଡି ଓ ସିଗାରେଟ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ଯେଉଁ ବିଡି ଓ ସିଗାରେଟ ଖୋଲାରେ ବିକ୍ରି କରାଯାଉଛି, ତାହା ଉପରେ ରୋକ ଲଗାଯାଇଛି । ସାଧାରଣତଃ ସିଗାରେଟ ପ୍ୟାକେଟ ଉପରେ ‘ତମ୍ବାଖୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ’ ବୋଲି ଲେଖାଯାଇଥାଏ କିନ୍ତୁ ଖୋଲାରେ ବିକ୍ରି ହେଉଥିବା ବିଡି ଓ ସିଗାରେଟ ଉପରେ ଏହା ଲେଖା ହୋଇନଥାଏ । ତେଣୁ ଯେଉଁ ଦୋକାନୀ ମାନେ ଖୋଲାରେ ବିଡି ଓ ସିଗାରେଟ ବିକ୍ରି କରୁଥିବେ, ସେମାନଙ୍କ ବିରୁଦ୍ଧରେ ପୁଲିସ ଏବଂ ମୁନିସିପାଲିଟି ଟିମ କାର୍ଯାାନୁଷ୍ଠାନ ଗ୍ରହଣ କରିପାରିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0