spot_img

ଆଜି କିଙ୍ଗସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମହାଲଢେଇ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଆରମ୍ଭ ହୋଇଥିବା ଆଇପିଏଲର ଆଜି ନବମ ମ୍ୟାଚ । କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ହେବ କଡ଼ା ମୁକାବିଲା । ଲୋକେସ ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦେଶ ପଞ୍ଜାବ ତା’ର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିଲା ଏବଂ ପରେ ଦ୍ୱିତୀୟ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲବାରେ ସଫଳ ହୋଇଛି । ଅନ୍ୟପଟେ ଷ୍ଟିଭ ସ୍ମିତଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟ ତା’ର ବିଜୟ ଧାରାକୁ ବଜାୟ ରଖିବା ପାଇଁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଖେଳପ୍ରେମୀଙ୍କ ମଧ୍ୟରେ ରହିଛି ଆଶା । ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ଟିମ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ସେହି ମ୍ୟାଚରେ ବିସ୍ପୋରକ ଦୁଇ ଓପନର ବ୍ୟାଟସମ୍ୟାନ ମୟଙ୍କ ଅଗ୍ରୱାଲ ଓ କ୍ୟାପଟେନ ଲୋକେଶ ରାହୁଲ ଚମକ୍ରାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ମ୍ୟାକ୍ସୱେଲ ପୂର୍ବ ଫର୍ମକୁ ଆଜିର ମ୍ୟାଚରେ ଫେରିବେ ବୋଲି ସମର୍ଥକମାନେ ଆଶା ରଖିଛନ୍ତି । ସେହିପରି ଚମକ୍ରାର ଫର୍ମରେ ଥିବା ୱେଷ୍ଟଇଣ୍ଡିଜର କଟ୍ରେଲ ଓ ମହମ୍ମଦ ସାମୀଙ୍କ ଯୋଡ଼ି ଟିମର ବୋଲିଂ ଲାଇନକୁ ଆହୁରି ଶକ୍ତିଶାଳି କରିଛି । ଯାହା ରାଜସ୍ଥାନ ଟିମର ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେହିପରି ଷ୍ଟିଭ ସ୍ମିତଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚକୁ ଜିତିଥିବା ବେଳେ ପୁଣିଥରେ ଆଜିର ମ୍ୟାଚକୁ ଜିତି ତା’ର ବିଜୟ ଅଭିଯାନକୁ ବଜାୟ ରଖିବା ପାଇଁ ଆଶା ରଖିଛି । ପୂର୍ବ ମ୍ୟାଚରେ ଯୁବ ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଓ କ୍ୟାପଟେନ ସ୍ମିଥଙ୍କ ଅର୍ଧଶତକ ଟିମକୁ ବିଜୟ ଦେବାରେ ସହାୟକ ହୋଇଥିଲା । ରାଜସ୍ଥାନ ଟିମରେ ରାହୁଲ ତିୱାରି, ରବିନ ଉଥପ୍ପା ଭଳି ବିସ୍ଫୋରକ ବ୍ୟାଟମ୍ୟାନ ରହଛନ୍ତି । ତେବେ ଆଜିର ମ୍ୟାଚରେ ପଞ୍ଜାବ ଏକ ବଡ଼ ସ୍କୋର କରିବ ବୋଲି ସମର୍ଥକ ଆଶା ରଖିଛନ୍ତି । ତେବେ କିଙ୍ଗସ ଇଲେଭେନ ପଞ୍ଜାବର ଯୁବ କ୍ୟାପଟେନ ରାହୁଲ ଏବଂ ରୟାଲ୍ସର କ୍ୟାପଟେନ ଷ୍ମିଥଙ୍କ ମଧ୍ୟରେ ଆଜି କଡ଼ା ମୁକାବିଲା ହେବ ବୋଲି କ୍ରୀଡ଼ାପ୍ରେମୀ ମାନେ ଆଶା ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular