spot_img

ରାଜ୍ୟରେ ଆଜି ୩୨୧୫ ଆକ୍ରାନ୍ତ ଚିହ୍ନଟ , ୫୦୬ ଆକ୍ରାନ୍ତ ସହ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୨ ଶହ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୨ ଶହ ୩୫ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୩୨୦ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୧୮ ଜଣ, ପୁରୀରୁ ୭୯ ଜଣ, ରାୟଗଡ଼ାରୁ ୧୦୧ଜଣ, ଭଦ୍ରକରୁ ୬୭ ଜଣ, ମୟୂରଭଞ୍ଜରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ବରଗଡ଼ରୁ ୧୩୭ ଜଣ, କେନ୍ଦୁଝରରୁ ୮୬ ଜଣ, ଗଞ୍ଜାମରୁ ୨୮ ଜଣ, ନବରଙ୍ଗପୁରରୁ ୧୨୪ ଜଣ, କେରାପୁଟରୁ ୫୯ ଜଣ, ସମ୍ବଲପୁରରୁ ୧୨୦ ଜଣ, ନୟାଗଡ଼ରୁ ୪୩ ଜଣ, ସୁବର୍ଣ୍ଣପୁରରୁ ୬୫ ଜଣ, ଜଗତସିଂହପୁରରୁ ୮୬ ଜଣ, ଅନୁଗୁଳରୁ ୧୭୯ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, ବୌଦ୍ଧରୁ ୪୨ ଜଣ, ବଲାଙ୍ଗିରରୁ ୧୦୧ ଜଣ, ନୂଆପଡ଼ାରୁ ୧୦୬ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, କଳାହାଣ୍ଡିରୁ ୪୨ ଜଣ, କନ୍ଧମାଳରୁ ୬୨ ଜଣ, ଦେବଗଡ଼ରୁ ୧୨ ଜଣ, ଯାଜପୁରରୁ ୧୧୦ ଜଣ, ଢ଼େଙ୍କାନାଳରୁ ୬୯ ଜଣ, ଗଜପତିରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୧ ଜଣ ଓ ବାଲେଶ୍ୱରରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular