spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୮୧୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ୱର ୨୪ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୨ ଜଣ, ବଲାଙ୍ଗୀର ୨୨ ଜଣ, କଟକ ୬୬ ଜଣ, ଢେଙ୍କାନାଳ ୫ ଜଣ, ଗଜପତି ୨୩ ଜଣ, ଗଞ୍ଜାମ ୨୧୯ ଜଣ, ଜଗତସିଂହପୁର ୮ ଜଣ, ଯାଜପୁର ୧୦ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୮ ଜଣ, କନ୍ଧମାଳ ୨୨ ଜଣ, କେନ୍ଦ୍ରାପଡା ୧୦ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୨୮ ଜଣ, କୋରାପୁଟ ୧୦ ଜଣ, ମାଲକାନ।ଗିରି ୧୧ ଜଣ, ମୟୁରଭଞ୍ଜ ୨୩ ଜଣ, ନବରଙ୍ଗପୁର ୪ ଜଣ, ନୟାଗଡ ୨୦ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୫୨ ଜଣ, ରାୟଗଡା ୩୭ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୮ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୯ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ଦେବଗଡ଼ ଜିଲ୍ଳା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular