spot_img

ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ କଳ୍ପତରୁ

ଭୁବନେଶ୍ୱର: ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଖବର ମିଳିଛି । ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପୂର୍ବରୁ ଅସନ୍ତୋଷ ଜାହିର କରିଥିଲେ କଳ୍ପତରୁ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସେପଟେ ବହିଷ୍କାର ପରେ ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଉଥିବା ନେଇ ଯୁକ୍ତି କରିଛନ୍ତି କଳ୍ପତରୁ । ୧୬ ବର୍ଷ ଧରି ଦଳ ପାଇଁ କାମ କରିବା ସତ୍ତେ୍ୱ ତାଙ୍କୁ ଅଣଦେଖା କରାଯାଇଛି । ପଦରୁ ଇସ୍ତଫା ଦେଇଥିଲେ ବି ପୂର୍ବଭଳି କାମ କରିବା ଜାରି ରଖିବେ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କଳ୍ପତରୁ ଓଝା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular