ଦୁବାଇ: ଆଇପିଏଲ ୧୩ତମ ସଂସ୍କରଣର ଆଜି ଦଶମ ମ୍ୟାଚ । ଦୁବାଇର ଡ଼ିସିଏ ଷ୍ଟାଡ଼ିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସର ଆଜି ତୃତୀୟ ମ୍ୟାଚ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ମୁମ୍ବାଇ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ସୌରଭ ତିୱାରି, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି ।
Let's Play!#Dream11IPL #RCBvMI pic.twitter.com/cSpbwVMPfm
— IndianPremierLeague (@IPL) September 28, 2020
ସେହିପରି ବୋଲିଂରେ ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଭଳି ବୋଲର ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ରୟାଲ୍ସ ସମର୍ଥକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ମୁମ୍ବାଇ ଦଳର ବ୍ୟାଟିଂ ଓପନର ମଧ୍ୟ ଭଲ ଫର୍ମରେ ଅଛନ୍ତି । ଯାହାକିି ଆଜିର ମ୍ୟାଚରେ ମୁମ୍ବାଇ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ସେହିପରି ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଷ୍ଟାର ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନି ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜଳ କରିଛି । ତେବେ ଅଭିଜ୍ଞ ରୋହିତ ଶର୍ମା ଓ ରୟାଲ୍ସ ଅଧନାୟକ ବିରାଟ କୋହଲିଙ୍କ ମଧ୍ୟରେ ଆଜିର ଆଇପିଏଲ ଲଢେଇ ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0